ମମତାଙ୍କୁ ଆଉ ଏକ ଝଟକା : ଜଙ୍ଗଲ ବିଭାଗ ମନ୍ତ୍ରୀ ଦେଲେ ଇସ୍ତଫା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଟିଏମସି ସରକାରର ଜଙ୍ଗଲ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଟିଏମସିର ୧୬ଜଣ ବିଧାୟକ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ପରେ ରାଜୀବ ତୃତୀୟ ମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି। ରାଜୀବ ବି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ରାଜୀବ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ‘ମୁଁ ଏହା କହିବା ସମୟରେ ଅବଶୋଷ କରୁଛି କି ୨୦୨୧ ଜାନୁଆରୀ ୨୨ରେ କ୍ୟାବିନେଟର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।’