ଅଗଷ୍ଟ ୩୧ ଯାଏଁ ଝାରସୁଗୁଡାରେ ଜାରି ରହିବ ସାପ୍ତାହିକ ସଟଡାଉନ

୧୫ ଅଗଷ୍ଟ, ଗଣେଷ ଚତୁର୍ଥ, ନୂଆଁଖାଇ ଦିନ ହେବ କୋହଳ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲାରେ ଅଗଷ୍ଟ ୧୬ ତାରିଖ ଯାଏଁ ଲାଗୁ ହୋଇଥିବା ସାପ୍ତାହିକ ସଟଡାଉନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ, ୨୨ ତାରିଖ ଓ ୨୩ ତାରିଖ  ସଟଡାଉନ କୋହଳ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଗଷ୍ଟ ୧୫ ଦିନ ସ୍ୱାଧୀନତା ଦିବସ ପାଳନ ପାଇଁ ସକାଳ ୭ଟାରୁ ପୂର୍ବାହ୍ଣ ୧୧ଟା ଯାଏଁ,  ୨୨ ଗଣେଶ ପୂଜା ଦିନ ସକାଳ ୭ଟାରୁ ଅପରାହ୍ଣ ୫ଟା ଯାଏଁ ଓ  ୨୩ ନୂଆଖାଇ ଦିନ ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏଁ ଦୋକାନ ବଜାର ଖୋଲା ରହିବ।