ସପ୍ତାହାନ୍ତ ଭଲିବଲ୍ ଉଦ୍‌ଯାପିତ, ଯାଜପୁରର ପ୍ରଗତି କ୍ଲବ୍ ଚାମ୍ପିଅନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଓଡ଼ିଶା ଭଲିବଲ୍ ଆସୋସିଏସନ୍ (ଓଭିଏ) ପକ୍ଷରୁ ଚାଲିଥିବା ସପ୍ତାହାନ୍ତ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍‌ର ଜଗତସିଂହପୁର ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ୧୮ ବର୍ଷରୁ କମ୍ ବାଳକ ବର୍ଗରେ ଯାଜପୁରର ପ୍ରଗତି କ୍ଲବ୍ ଚାମ୍ପିଅନ୍‌, ଜଗତସିଂହପୁରର ଆଶ୍ରମପାଟଣା ଭଲିବଲ୍ କ୍ଲବ୍ ରନର୍ସଅପ୍ ଓ ଚଣାପୁରର ଗ୍ରୀନ୍ ଭିଲେଜ୍ ସ୍ପୋର୍ଟ୍ସ କ୍ଲବ୍ ତୃତୀୟ ସ୍ଥାନରେ ରହିଛି।

ସେହିପରି ବାଳିକା ବିଭାଗରେ ଆଶ୍ରମପାଟଣା କ୍ଲବ୍ ଚାମ୍ପିଅନ୍ ହୋଇଛି। ଏହାଛଡ଼ା ୧୪ ବର୍ଷରୁ କମ୍ ବାଳକ ବର୍ଗରେ ଜଗତସିଂହପୁରର ବାବା ଗୋରେଖନାଥ ଭଲିବଲ୍ କ୍ଲବ୍‌, ପାରାଦୀପର ଗୋପବନ୍ଧୁ କ୍ରୀଡ଼ା ସଂସଦ ଓ ଆଶ୍ରମପାଟଣା କ୍ଲବ୍ ଯଥାକ୍ରମେ ଚାମ୍ପିଅନ୍‌, ରନର୍ସଅପ୍ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଆହୁରି ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ଗୋପବନ୍ଧୁ କ୍ରୀଡ଼ା ସଂସଦ ଚାମ୍ପିଅନ୍ ଓ ଆଶ୍ରମପାଟଣା ରନର୍ସଅପ୍ ହୋଇଛି।