ବ୍ୟବସାୟୀଙ୍କୁ ଦାଦା ବଟି ମାଗିବା ଘଟଣା: ଗିରଫ ହେଲେ ୱେବ ଚ୍ୟାନେଲ ମାଲିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ୟବସୟୀଙ୍କୁ ଦାଦା ବଟି ମାଗିବା ଅଭିଯୋଗରେ ୱେବ ଚ୍ୟାନେଲ ମାଲିକ ଗିରଫ। ୱେବ ଚ୍ୟାନେଲର ମାଲିକ ରଘୁନାଥ ସାହୁ ଓରଫ ରାଜାକୁ ପୁଲିସ କୋଲକାତାରୁ ଗିରଫ କରି ଭୁବନେଶ୍ୱର ଆଣିଛି। ୱେବ ଚ୍ୟାନେଲ ଆଢ଼ୁଆଳରେ କେବେଠୁ ଏହି କାରବାର ଚାଲିଥିଲା ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି।

ଭୁବନେଶ୍ୱର ରଘୁନାଥ ପୁର ଅଞ୍ଚଳର ଏକ ୱେବ ଚ୍ୟାନେଲରେ ବ୍ୟବସାୟୀଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ବ୍ଲାକମେଲିଂ କରାଯାଇଥିଲା। ତାଙ୍କୁ ନିର୍ଦ୍ଧୁମ ମାଡ଼ ମଧ୍ୟ ମାରିଥିଲେ। ଏହି ମାମଲାରେ ୱେବ ଚ୍ୟାନେଲର ମହିଳା ସାମ୍ବାଦିକଙ୍କ ସହିତ ୬ ଜଣଙ୍କୁ ଗିରଫ କରାଯାଇଛି।