୧୦ ବର୍ଷରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨ ଗୁଣାରୁ ଅଧିକ ବଢ଼ିଛି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୦ ବର୍ଷରେ ୨ ଗୁଣାରୁ ଅଧିକ ବଢ଼ିଛି ମୁଣ୍ଡପିଛା ଋଣ ଭାର। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୨୩ ହଜାର ୭୬୧.୮୩ ଟଙ୍କା ରହିଛି। ୨୦୧୧-୧୨ ଆର୍ଥିକ ବର୍ଷରେ ଏହା ୯ ହଜାର ୧୪୪.୪୦ ଟଙ୍କା ଥିଲା।

ଗତ ୧୦ ବର୍ଷ ଭିତରେ ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨ ଗୁଣାରୁ ଅଧିକ ବଢ଼ିଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ଋଣର ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।