ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମ୍ମୁଖରେ ମୁଣ୍ଡ ନୂଆଁଇବୁ ନାହିଁ : ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମ୍ମୁଖରେ ମୁଣ୍ଡ ନୂଆଁଇବୁ ନାହିଁ । ମୁଁ ଧର୍ମ ଆଧାରରେ କୌଣସି ମିଥ୍ୟା ପ୍ରଚାର କରିବି ନାହିଁ । ଦେଶରେ ସମୁଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ପାଇଁ ଟଙ୍କା ଖର୍ଚ୍ଚ କରାଯାଉଛି । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିରୁଦ୍ଧରେ କଂଗ୍ରେସ ଓ ମାକପାକୁ ବିଜେପି ବ୍ୟବହାର କରୁଛି ।

ସୂଚନାଯୋଗ୍ୟ, ମମତା ବାନାର୍ଜୀଙ୍କ ଭଣଞ୍ଜା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆଜି ଭର୍ତ୍ତି ଅନିୟମିତତା ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ । ଏଭଳି ସ୍ଥିତିରେ ମମତା ଏଭଳି ବୟାନ ଦେଇଛନ୍ତି ।