ଦିବ୍ୟାଙ୍ଗ ପିଲାଙ୍କ ପାଇଁ ‘ଘୁମର’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ

ମୁମ୍ବାଇ: ଆର ବାଲକିଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଘୁମର’ ସିଲଭର ସ୍କ୍ରିନରେ ରିଲିଜ ହୋଇଯାଇଛି । ଘୁମର ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ହୋପ ପ୍ରଡକ୍ସନ ଭାମଲା ଫାଉଣ୍ଡେସନ ସହ ମିଶି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରିଥିଲେ । ଏହି ସମୟରେ ଅଭିଷେକ ବଚ୍ଚନ, ସାୟାମି ଖେର, ଆର ବାଲକି ଓ ଆସିଫ ଭାମଲା ଉପସ୍ଥିତ ଥିଲେ । କ୍ରିକେଟ ଉପରେ ଆଧାରିତ ଏହି ଫିଲ୍ମକୁ ସମସ୍ତ କ୍ରିକେଟର ଓ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ, ‘ଘୁମର’ ଫିଲ୍ମରେ ଜଣେ କ୍ରିକେଟର ଅନିନିଙ୍କ କାହାଣୀ ଦେଖିବାକୁ ମିଳିଛି । ଅମିନି ଯିଏକି ଭାରତର ପ୍ରତିନିଧିତ୍ୱ କରିବାକୁ ଚାହୁଁଛି । କିନ୍ତୁ ଏକ ସଡ଼କ ଦୁର୍ଘଟଣା ଘଟିବା ପରେ ସେ ଦିବ୍ୟାଙ୍ଗ ହୋଇଯାଇଛି । ଏମିତିରେ କ୍ରିକେଟ ଖେଳିବାର ତା’ ସ୍ୱପ୍ନ ମଳିନ ପଡ଼ିଯାଇଛି । କିନ୍ତୁ ଏହାପରେ ତାଙ୍କ ଜୀବନରେ ଏମିତି ଜଣେ ବ୍ୟକ୍ତି ଏଣ୍ଟ୍ରି ମାରେ ଯିଏକି ଭାରତ ପାଇଁ ଟେଷ୍ଟ ମ୍ୟାଚ ଖେଳିସାରିଛି । ସେ କୋଚ ଭାବେ ଅନିନିଙ୍କୁ ପ୍ରେରଣା ଯୋଗାଇବା ସହ ପ୍ରଶିକ୍ଷଣ ଦେଇଥାନ୍ତି ।