ମାସୁଦ ଆଝାର ବିରୋଧରେ ଗରିଫ ପରୱାନା ଜାରି

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ଏକ ଆତଙ୍କବାଦ ନିରୋଧ ଅଦାଲତ ପକ୍ଷରୁ ବେଆଇନ ଘୋଷିତ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ବିରୋଧରେ ଗୁରୁବାର ଗିରଫ ପରୱାନା ଜାରି କରାଯାଇଛି। ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ନେଇ ଗୁଜରାନୱାଲାର ଆତଙ୍କବାଦ ନିରୋଧ ଅଦାଲତ (ଏଟିସି) ଏହି ପରୱାନା ଜାରିକରିଛି। ଏଟିସିର ବିଚାରପତି ନାଟାସା ନସିମ୍ ସୁପ୍ରା ଗିରଫ ପରୱାନା ଜାରି କରି ମାସୁଦଙ୍କୁ ଗିରଫ କରିବା ଲାଗି ପଞ୍ଜାବର ଆତଙ୍କବାଦ ନିରୋଧ ବିଭାଗ (ସିଟିଡି)କୁ ନିର୍ଦ୍ଦେଶ ଦେଇଛନ୍ତି। ଆଝାର ତାର ଜନ୍ମସ୍ଥାନ ବାହାବଲପୁରରେ ଲୁଚି ରହିଛି। ୨୦୧୯ ଫେବ୍ରୁଆରୀରେ ପୁଲୱାମା ଆତଙ୍କୀ ହମଲାରେ ତାର ସମ୍ପୃକ୍ତି ନେଇ ପାକିସ୍ତାନର ପଞ୍ଜାବ ପୁଲିସ ତା ବିରୋଧରେ ପଦକ୍ଷେପ ନେବା ଆରମ୍ଭ କରିଛି। ସିଟିଡି ପକ୍ଷରୁ କୁହାଯାଇଛି, ଇତି ମଧ୍ୟରେ ଏକ ଟିମ୍ ମାସୁଦକୁ ଗିରଫ କରିବା ପାଇଁ ଚଢାଉ ଅଭିଯାନ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ମାସୁଦ ତାର ସଂଗଠନ ଜୈସ-ଇ-ମହମ୍ମଦର କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ କରୁଥିଲା। ତା ବିରୋଧରେ ଇତି ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇଥିଲା।