ଆଳି,ବାଲେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ଥିବା ଜଣାଯାଇଛି।
ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୁଣେଶ୍ୱରପୁର ଗ୍ରାମରେ ଜଣେ ୮୨ବର୍ଷୀୟ ବୃଦ୍ଧା କୈଳାସ ସାମଲ ଓ ତାଙ୍କ ସ୍ତ୍ରୀ ମାଳତୀ ସାମଲ ନିଜ ଘରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଳତୀ ଗୁରୁତର ଆହତ ହୋଇଛନ୍ତି। ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମାଳତୀଙ୍କୁ ଡାକ୍ତର ଖାନାକୁ ନେଇଥିଲେ।
