ଭୁବେନଶ୍ୱର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିର୍ବାଚନ ନିମେନ୍ତ ଏହାର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୧ ଜାନୁଆରୀ ୨୦୨୩କୁ ଯୋଗ୍ୟତାସୂଚକ ତାରିଖ ଭାବେ ଗ୍ରହଣ କରାଯାଇଛି । ୫ ଜାନୁଆରୀ ୨୦୨୩ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଭୋଟର୍ ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଯେଉଁମାନଙ୍କର ନାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର୍ ତାଲିକାରେ ଥାଇ ଭୁଲବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ପ୍ରାଥମିକ ଭୋଟର ତାଲିକାରେ ସ୍ଥାନ ପାଇ ନଥିବ ସେମାନେ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ ପାଇଁ ଦାବି କରିପାରିବେ ।