କୋରୁକୋଣ୍ଡା,ଏନ୍ଏନ୍ଏସ୍ : ବାଲିମେଳା ଏନଏସିର ପୋଷ୍ଟ ଅଫିସ ନିକଟରେ ଏକ ଅଳିଆ ଗଦାରେ ୫୦ ରୁ ଉର୍ଦ୍ଧ୍ୱ ନୂତନ ଭୋଟର କାର୍ଡ ପଡିଥିବା ବାଲିମେଳାର ରାଜେନ୍ଦ୍ର ବେହେରା ନାମକ ଜଣେ ବ୍ୟବସାୟୀ ଦେଖିବାକୁ ପାଇଥିଲେ। ଏନେଇ ସେ ଉପ ଜିଲ୍ଲାପାଳଙ୍କୁ କହିବାପରେ ଉପଜିଲ୍ଲାପାଳ ତାଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ସେସବୁ ଭୋଟର କାର୍ଡର ଫଟୋ ପଠାଇବାକୁ କହିଥିଲେ।
