ସରପଞ୍ଚଙ୍କ ଗେଷ୍ଟହାଉସରେ ଭିଏଲଡବ୍ଲୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲାରେ ଭିଏଲଡବ୍ଲୁଙ୍କ ରହସ୍ୟଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁରରେ ମହିଳା ଭିଏଲଡବ୍ଲୁ ସ୍ମିତା ରାଣୀ ବିଶ୍ୱାଳଙ୍କ ମୃତ ଦେହ ପଞ୍ଚାୟତ ଅଫିସରୁ ମିଳିଛି । ବାଲିଗଡି ଗାଁରୁ ଭତ୍ତା ବାଣ୍ଟି ଫେରିବା ପରେ ମଧ୍ୟାହ୍ନରେ ପଞ୍ଚାୟତ କାର୍ୟ୍ୟାଳୟରେ ତାଙ୍କୁ ଖାଇବାକୁ ଡକା ଯାଇଥିଲା । ମାତ୍ର ସଙ୍ଗେ ସଙ୍ଗେ ଆସୁଛି କହି ପଞ୍ଚାୟତ ଅଫିସରେ ଥିବା ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଯାଇଥିଲେ । ସେଠାରେ ଭୋଜିଭାତ ହୋଇଥିଲା । ସେଠାରେ ସ୍ମିତାରାଣୀ ଗେଷ୍ଟହାଉସ ଉପରମହଲାରେ ଥିବା ଶୌଚାଳୟକୁ ଯାଇଥିଲେ ।

ଅନେକ ସମୟ ଧରି ନଆସିବାରୁ କବାଟ ଭଙ୍ଗା ଦେଖିବା ବେଳେକୁ ଫ୍ୟାନରେ ସ୍ମିତାରାଣିଙ୍କୁ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସକୁ ଖବର ଦିଆଯାଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ମିତାଙ୍କ ମୃତ ଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି ତଦନ୍ତ ଆରମ୍ଭ କରିଛି। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତଦେହଙ୍କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଧର୍ମଶାଳା ମେଡିକାଲରୁ ଜବତ କରିଛି । ପୋଲିସ ଛାନଭିନ ଆରମ୍ଭ କରିଛି ।