୪ଟି ୟୁକ୍ରେନୀ କ୍ଷେତ୍ରକୁ ଋଷରେ ଯୋଡ଼ିଲେ ପୁତିନ

ନୂଆଦିଲ୍ଲୀ: ଋଷ ଶେଷରେ ୟୁକ୍ରେନରୁ କବଜା କରିଥିବା ଅଞ୍ଚଳକୁ ନିଜ ସୀମାରେ ସାମିଲ କରିଛି । ଏନେଇ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଘୋଷଣା କରିଛନ୍ତି । ପୁତିନ ଏହାକୁ ୪ଟି ନୂଆ କ୍ଷେତ୍ର ନାଁରେ ସମ୍ବୋଧିତ କରିଛନ୍ତି ।

ସୂଚନାଯୋଗ୍ୟ, ଜନମତ ସଂଗ୍ରହ ପରେ ୟୁକ୍ରେନର ୪ଟି ଋଷ ନିୟନ୍ତ୍ରିତ କ୍ଷେତ୍ରକୁ ଋଷ ସହ ଯୋଡ଼ି ଦିଆଯିବ ବୋଲି ଗତକାଲି ଋଷ ସଂସଦ କ୍ରେମଲିନ କହିଥିଲେ । ୟୁକ୍ରେନ ସୀମାରେ କଥିତ ଜନମତ ସଂଗ୍ରହ ପରେ ଉକ୍ତ କ୍ଷେତ୍ରକୁ ଋଷରେ ସାମିଲ କରାଯାଇଛି । ଅନ୍ୟପଟେ ମତଦାନ ସମୟରେ ଅନ୍ତରାଷ୍ଟ୍ରୀୟ ଆଇନ ଭାଙ୍ଗିବା ସହ ଏଥିରେ ଉଚିତ ପ୍ରତିନିଧିତ୍ୱ ନଥିବା ପଶ୍ଚିମୀ ସରକାର ଓ ୟୁକ୍ରେନ କହିଛି ।