ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭିନେତା ତଥା ବିଜେପି କଥିତ ସମର୍ଥକ ବିବେକ ଓବରଏଙ୍କ ଡ୍ରଗ୍ସ ମାଫିଆଙ୍କ ସହିତ ଲିଙ୍କ ଥିବା ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଶୁକ୍ରବାର ସୂଚନା ଦେଇଛନ୍ତି। ଏନେଇ ଏନସିବିକୁ ଏହାର ତଦନ୍ତ କରିବାକୁ କହିଛନ୍ତି।
ଶ୍ରୀ ଦେଶମୁଖଙ୍କୁ କଂଗ୍ରେସ ଦଳ ମଧ୍ୟ ସମର୍ଥନ କରିଛି। ସୂଚନା ଅନୁସାରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ଡ୍ରଗ୍ସ କାରବାର ହେଉଥିବା ନେଇ ଗୁରୁବାର ଦିନ ବିବେକ ଓବରଏଙ୍କ ବେଙ୍ଗାଲୁରୁ ସ୍ଥିତି ବାସଭବନରେ ପୁଲିସ ଚଢ଼ଉ କରିଥିଲା। ବିବେକ ଓବରଏଙ୍କ ସ୍ତ୍ରୀ ପ୍ରିୟଙ୍କା ଅଲଭାଙ୍କ ଭାଇ ଆଦିତ୍ୟ ଡ୍ରଗ୍ସ ସହିତ ଜଡ଼ିତ ଥିବା ନେଇ କେନ୍ଦ୍ର କ୍ରାଇମ ବ୍ରାଞ୍ଚ ପକ୍ଷରୁ ବେଙ୍ଗାଲୁରୁ ପୁଲିସକୁ ସୂଚନା ମିଳିଥିଲା।