ପ୍ରଥମଥର ପାଇଁ ‘ପ୍ଲେୟର ଅଫ୍ ଦି ମନ୍ଥ’ ଆୱାର୍ଡ ଜିତିଲେ ବିରାଟ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) ଅକ୍ଟୋବର ମାସ ପାଇଁ ‘ପ୍ଲେୟର ଅଫ୍ ଦି ମନ୍ଥ’ ଆୱାର୍ଡ ଘୋଷଣା କରିଛି । ଏଥର ଏହି ଆୱାର୍ଡ ଭାରତୀୟ କ୍ରିକେଟର ବିରାଟ କୋହଲୀଙ୍କୁ ଦିଆଯାଇଛି । କୋହଲୀଙ୍କୁ ଏହି ଆୱାର୍ଡ ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ସିରିଜ ଓ ଟି-୨୦ ୱାର୍ଲ୍ଡକପରେ ଶାନଦାର ପ୍ରଦର୍ଶନ ପାଇଁ ଦିଆଯାଇଛି ।

ସୂଚନାଯୋଗ୍ୟ, ବିରାଟ କୋହଲୀ ଏହି ଆୱାର୍ଡ ଜିମ୍ବାୱେର ଅଲରାଉଣ୍ଡର ସିକନ୍ଦର ରଜା ଓ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମେନ ଡେଭିଡ ମିଲରଙ୍କୁ ପଛରେ ପକାଇ ହାସଲ କରିଛନ୍ତି । ଏହାସହ କୋହଲୀ ପ୍ରଥମଥର ପାଇଁ ‘ପ୍ଲେୟର ଅଫ୍ ଦି ମନ୍ଥ’ର ଆୱାର୍ଡ ଜିତିଛନ୍ତି ।