ଆଇପିଏଲରେ ଇତିହାସ ରଚିଲେ କୋହଲୀ

ବେଙ୍ଗଲରୁ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରେ ଭାରତୀୟ କ୍ରିକେଟର ବିରାଟ କୋହଲୀ ଇତିହାସ ରଚିଛନ୍ତି । ବିରାଟ ପ୍ରଥମ ଆଇପିଏଲ ଖେଳାଳୀ ଭାବେ ଗୋଟିଏ ଷ୍ଟାଡିୟମରେ ୨୫୦୦ ରନ୍ ପୂରଣ କରିବାର ଉପଲବ୍ଧି ହାସଲ କରିଛନ୍ତି । ବିରାଟ ଏହି କରିସ୍ମା ବେଙ୍ଗଲରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ କରିଛନ୍ତି । ସେ ଆଜି ଦିଲ୍ଲୀ ବିରୁଦ୍ଧରେ ୧୧ ରନ୍ କରି ଏହି କୀର୍ତ୍ତି ନିଜ ନାଁରେ କରିଛନ୍ତି । କେବଳ ଏତିକି ନୁହେଁ, ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଧୂଆଁଧାର ବ୍ୟାଟିଂ କରି ବିରାଟ ଅର୍ଦ୍ଧଶତକ ପାଳି ମଧ୍ୟ ଖେଳିଛନ୍ତି ।

ସୂଚନାଯୋଗ୍ୟ, ଆଇପିଏଲରେ କିଙ୍ଗ କୋହଲୀ ସର୍ବାଧିକ ୬,୮୩୮ ରନ୍ ହାସଲ କରିଛନ୍ତି । ଏଥିରେ ୫ ଶତକ ଓ ୪୭ ଅର୍ଦ୍ଧଶତକ ସାମିଲ ରହିଛି ।