ମୋଦୀଙ୍କ ଗୁରୁଙ୍କ ଆଶ୍ରମରେ ବିରୁଷ୍କା

ନୂଆଦିଲ୍ଲୀ: ତାରକା ଦମ୍ପତ୍ତି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ଋିଷିକେଶ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ବିରାଟ ଓ ଅନୁଷ୍କା ଋିଷିକେଶର ସ୍ୱାମୀ ଦୟାନନ୍ଦ ଆଶ୍ରମକୁ ଯାଇ ସ୍ୱାମୀ ଦୟାନନ୍ଦଙ୍କ ସମାଧି ନିକଟରେ ଆର୍ଶୀବାଦ ନେଇଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ ବିରାଟ  ଓ ଅନୁଷ୍କା ଆଶ୍ରମରେ ପୂଜା କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ସ୍ୱାମୀ ଦୟାନନ୍ଦ ଜୀ ମହାରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଧ୍ୟାତ୍ମିକ ଗୁରୁ ଥିଲେ । ଆଶ୍ରମ ଦର୍ଶନ ପାଇଁ ବିରାଟ କୋହଲୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚରୁ ବ୍ରେକ ନେଇଛନ୍ତି । ବିରାଟ ଓ ଅନୁଷ୍କା ଦୟାନନ୍ଦ ଗିରି ଆଶ୍ରମରେ ଭୋଜନର ଆୟୋଜନ କରିବେ ବୋଲି ଜଣାପଡ଼ିଛି ।