ନୂଆଦିଲ୍ଲୀ: କଥାରେ ଅଛି, ଆବଶ୍ୟକତା ହିଁ ଉଦଭାବନର ଜନନୀ। କରୋନା ପ୍ରକୋପ ମଧ୍ୟରେ ଲକ୍ଷାଧିକ ଶ୍ରମିକ ଖରାରେ ଚାଲି ଚାଲି ଘରେ ପହଂଚୁଥିବାବେଳେ ଜଣେ ବ୍ୟକ୍ତି ଏକ ନିଆରା ଉପାୟ ଆପଣାଇଛନ୍ତି। ନିଜ ପରିବାରକୁ ଏହି ସଙ୍କଟରୁ ମୁକ୍ତ କରିବା ପାଇଁ ଝୁଲଣା ସହିତ ବାଇକକୁ ସଂଯୋଗ କରି ଆରାମରେ ଘରେ ପହଁଚିଛନ୍ତି। ଏବେ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି। ତାଙ୍କର ଏହି ପ୍ରୟାସ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।
ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ ଝୁଲଣାକୁ ବାଇକ ସହ ସଂଯୋଗ କରିଛନ୍ତି ଆଉ ଯାହା ସାହାଯ୍ୟରେ ସେ ତାଙ୍କ ପରିବାରକୁ ନେଇ ଯାଉଛନ୍ତି। ବାଇକ ଚଲାଇ ଝୁଲଣାର ଷ୍ଟିୟରିଂ ଦ୍ୱାରା ବାଲାନ୍ସ କରି ସେ ଯାଉଛନ୍ତି। ସେହି ଝୁଲାରେ ସେ ତାଙ୍କ ପରିବାରକୁ ବସାଇବା ସହ ଜିନିଷ ପତ୍ର ମଧ୍ୟ ରଖିଛି। ବାସ୍ତବରେ ଏପରି ଜୁଗାଡ଼ କେବଳ ଭାରତୀୟ ହିଁ କରିପାରିବେ।