ଭସାଣି ବେଳେ କମେଣ୍ଟମରାକୁ କେନ୍ଦ୍ରକରି ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

ଦେବଗଡ଼,ଏନଏନ ଏସ : ମେଢ଼ ଭସାଣି ବେଳେ କମେଣ୍ଟମରାକୁ ନେଇ ଦୁଇ ଗ୍ରାମବାସୀ ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହେବାପରେ ସମ୍ପୃକ୍ତ ଗ୍ରାମର ବହୁ ପୁରୁଷ ଓ ମହିଳା ଦେବଗଡ଼ ଥାନାରେ ପହଞ୍ଚି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବି କରି ଥାନାରେ ବସିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ଆଜି ସନ୍ଧ୍ୟାରେ ଦୁର୍ଗା ମା ଙ୍କ ମେଢ ଭସାଣି ଶୋଭାଯାତ୍ରା ବାହାରି କଲଣ୍ଡା ଗ୍ରାମକୁ ବିସର୍ଜନ ପାଈଁ ବାହାରିଥିଲା ।  ଏହି ଭସାଣି ଶୋଭାଯାତ୍ରାରେ ନୂଆଗାଁ ଗ୍ରାମର ବହୁ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।  ତେବେ ଏହି ଶୋଭାଯାତ୍ରା ଦେଖିବାକୁ ଆସିଥିବା ନିକଟସ୍ଥ ଜଙ୍ଗଲିକୁଦର ଗ୍ରାମର କେତେକ ଯୁବକ ନୂଆଗାଁ ଗ୍ରାମର ମହିଳା ଓ ଯୁବକଙ୍କୁ କମେଣ୍ଟ ମାରିଥିଲେ ।  ଏହାକୁ ପ୍ରତିବାଦ କରିବାରୁ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ସହ ହାତାହାତି ହୋଇଥିଲା ।

ଏଥିରେ ନୂଆଗାଁ ଗ୍ରାମର ଜଣେ ଯୁବକ ଆହତ ହୋଇଥିଲା କ୍ଷ ସେହିପରି ଜଙ୍ଗଲିକୁଦର ଗ୍ରାମର ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ପାଇଁ ଉକ୍ତ ଗ୍ରାମର ବହୁ ଯୁବକ ବାଡ଼ୀଠେଙ୍ଗା ଧରି ପୁଣିଥରେ ନୂଆଗାଁ ପୂଜା ମଣ୍ଡପ ନିକଟକୁ ଆସି ଗଣ୍ଡଗୋଳ କରିଥିଲେ । ଫଳରେ ନୂଆଗାଁ ପୂଜାକମିଟୀର ସଦସ୍ୟ ଙ୍କ ସହ ଗ୍ରାମର ବହୁ ମହିଳା ଦେବଗଡ଼ ଥାନାରେ ପହଂଚି ବସିରହିଥିବା ଜଣା ପଡିଛି ।