ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ପ୍ରବକ୍ତା ନୂପୁର ଶର୍ମାଙ୍କ ଆପତ୍ତିଜନକ ବୟାନ ପରେ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଆଜି ଜୁମା ନମାଜ ପରେ ରାଞ୍ଜିର ମୁସଲମାନ ସମ୍ପ୍ରଦାୟ ଏକ ଶୋଭାଯାତ୍ରା ବାହାର କରିଥିଲେ । ଶୋଭାଯାତ୍ରାରେ ନୂପୁରଙ୍କୁ ଗିରଫ କରିବାକୁ ପ୍ରଦର୍ଶନକାରୀମାନେ ଦାବି କରିଥିଲେ । ମୁଖ୍ୟ ମାର୍ଗସ୍ଥିତ ହନୁମାନ ମନ୍ଦିର ନିକଟରେ ପ୍ରଦର୍ଶନକାରୀଙ୍କ ଯୋଗୁ ଭିଡ଼ ଜମା ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ସେଠାରେ ମହଜୁଦ ଥିବା ପୁଲିସ ପ୍ରୟାସ କରିଥିଲା । ଏହାର ଜବାଦ ଦେବାକୁ ଯାଇ ପ୍ରଦର୍ଶନକାରୀମାନେ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ଅନେକ ପୁଲିସ ଓ ସାଧାରଣ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଏହି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିବା ଜଣାପଡ଼ିଛି ।