ଭିମସାରରେ ଡାକ୍ତରଙ୍କ ଦାଦାଗିରି ମାମଲାରେ ନ୍ୟାୟ ପାଇଁ ଓଏଚଆରସିଙ୍କ ଦ୍ୱାରସ୍ଥ

ସମ୍ବଲପୁର,ଏନ୍ଏନ୍ଏସ୍: ବୁର୍ଲା ଭିମସାରେରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିବା ଘଟଣାର ଭିଡିଓଟି ଭାଇରାଲ ହେବା ପରେ ଏ ନେଇ ଆଜି ରାଜ୍ୟ ମାନବାଧିକାରକମିଶନ ନିକଟରେ ଅଭିଯୋଗ ହୋଇଛି। ଯୋଜନା ବଦ୍ଧ ଭାବେ ପୁଅ ଓ ଶାଳକଙ୍କ ପୁଅକୁ ମାଡ଼ ମାରି ମଝି ରାସ୍ତାରେ ଉଠବସକରାଇଥିବାରୁ ପରିବାରର ସାମାଜିକ ମାନ କ୍ଷୂର୍ଣ୍ଣ ହୋଇଛି ବୋଲି ଯୁବକଙ୍କ ବାପା ଠଣସୁନ୍ଦର ବେହେରା ଅଭିଯୋଗ କରିଛନ୍ତି।

ତେବେ ପୁଅ ଓ ଶାଳକର ପୁଅକୁ ପୁଲିସ ଜେଲ ପଠାଇଥିବା ବେଳେ ଭିଡିଓରେ ପ୍ରମାଣ ଥିବା ସତ୍ତେ୍ୱ ଡାକ୍ତର ପାରଜୋସି ଏବଂ ଡାକ୍ତରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହି ଘଟଣାରନ୍ୟାୟିକ ତଦନ୍ତ କରି ମାଡ଼ ଖାଇଥିବା ଯୁବକଙ୍କ ବାପା ଓ ଶାଳକ ତୁଳାରାମ କମିସନରଙ୍କ ଠାରୁ ନ୍ୟାୟ ଭିକ୍ଷା କରିଛନ୍ତି।