ଶୁଣିଲାନି ପ୍ରଶାସନ ମୋହରମ ଡଷ୍ଟ ପକାଇ ରାସ୍ତା ମରାମତି କଲେ ଗ୍ରାମବାସୀ

ବାଲେଶ୍ୱର ,ଖଇରା, ଏନ୍ ଏନ୍ ଏସ୍ : ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ରାଣ୍ଡଖେଜୁରୀ (ମାଟିଆଳପଦା)ଗ୍ରାମରେ ଗୁରୁବାର ଯୁବ ସମାଜସେବୀ ଇଂ ରାଜେଶ କୁମାର ମୋହାକୁଡ଼ଙ୍କ ନେତୃତ୍ୱରେ ଗ୍ରାମର ଯୁବକମାନେ ମୋହରମ,ଡଷ୍ଟ ପକାଇ ରାସ୍ତା ମରାମତି କରିଛନ୍ତି।

ଘଟଣାରୁ ପ୍ରକାଶ ଏହି ଗ୍ରାମରେ ୪ଶହରୁ ଉର୍ଦ୍ଧ୍ବ ପରିବାର ବସବାସ କରିଥାନ୍ତି।ହେଲେ ଗଣ୍ଡିବେଡ଼-ମାର୍କୋଣା ମୁଖ୍ୟରାସ୍ତାରୁ ଏହି ଗ୍ରାମକୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତାଟି ଦୀର୍ଘଦିନ ହେବ ଅତ୍ୟନ୍ତ ସୂଚନୀୟ ହୋଇପଡିଛି। ଯାହା ଫଳରେ ବର୍ଷା ଦିନେ ରାସ୍ତାରେ ହୋଇଥିବା ଗାତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଥାଏ। ଫଳରେ ଗ୍ରାମର ଜନସାଧାରଣ ଏବଂ ସ୍କୁଲ ପିଲାମାନେ ଯିବାଆସିବାରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏ ନେଇ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏହାର ସୁଫଳ ମିଳିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅସୁବିଧାକୁ ଆଖିଆଗରେ ରଖି ଗୁରୁବାର ସ୍ଥାନୀୟ ଯୁବ ସମାଜସେବୀ ଇଂ ରାଜେଶ କୁମାର ମୋହାକୁଡ଼ ଗ୍ରାମର କିଛି ଯୁବକଙ୍କୁ ନେଇ ରାସ୍ତାର ଶୋଚନୀୟ ସ୍ଥାନରେ ମୋହରମ ଏବଂ ଡଷ୍ଟ ପକାଇ ରାସ୍ତା ମରାମତି କରିଛନ୍ତି। ଏହି କାର୍ୟ୍ୟରେ ଇଂ ରାଜେଶ କୁମାର ମୋହାକୁଡ଼ଙ୍କ ସମେତ ଉମାକାନ୍ତ ମହାନ୍ତି, ଦିଗବିଜୟ ମୋହାକୁଡ଼,କରୋଣାକର ମହାନ୍ତି ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ। ଯୁବକଙ୍କ ଏଭଳି କାର୍ୟ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।