ବାଲିଗୁଡ଼ା,ଏନ୍ଏନ୍ଏସ୍: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦାରିଙ୍ଗବାଡ଼ି ବିଇଓ ଅଫିସର ମୁଖ୍ୟ କିରାଣୀ ଚିତ୍ତରଞ୍ଜନ ସିଂ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ଶିବ ପ୍ରସାଦ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ରିହାବିଲଷ୍ଟେସନରେ ଶିକ୍ଷକ ଚାକିରୀ କରାଇ ଦେବାକୁ ଲାଞ୍ଚ ନେଉଥିଲେ । ଆଜି ପୂର୍ବାହ୍ନରେ ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି । ଚିତ୍ତରଞ୍ଜନ ସିଂଙ୍କ ବାଲିଗୁଡା ବାସଭବନରେ ମଧ୍ୟ ଭିଜିଲାନ୍ସ ଛାନଭିନ୍ କରୁଛି।