ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ଭିଜିଲାନ୍ସ ସପ୍ତାହ ପାଳନ ହେଉଛି। ଏହାକୁ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ଏଥିସହିତ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ନିଷ୍ଠାରସହ କାର୍ଯ୍ୟଭାର ତୁଲାଇବା ପାଇଁ ଭିଜିଲାନ୍ସ ଶପଥପାଠ କରାଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଦେଶରେ ସମସ୍ତେ ସତର୍କତା ଓ ନିଷ୍ଠାର ସହ କାର୍ଯ୍ୟ କଲେ ଏକ ସମୃଦ୍ଧ ଓ ସାର୍ଥକ ଭାରତ ଗଠନ ହେବ। ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ଭିଜିଲାନ୍ସ ସପ୍ତାହ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଶ୍ରୀ ସେନାପତି କହିଛନ୍ତି। ଏହି ଅବସରରେ ବିମାନ ବନ୍ଦରର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।