ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

 ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରଜରାଜନଗର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲୀପ ପଟେଲଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ଉ କରିଛି। ଶ୍ରୀ ପଟେଲଙ୍କ ଝାରସୁଗୁଡ଼ା ମଙ୍ଗଲବଜାର ସରକାରୀ ବାସଭବନ, ପୈତୃକ ଘର, ସୁନ୍ଦରଗଡ଼ ଜିଲ୍ଲା କାଲୋ ବହାଲସ୍ଥିତ ଘର ଓ ବ୍ରଜରାଜନଗରର ତାଙ୍କ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ୬ଟି ଟିମ୍ ଚଢ଼ଉ ଜାରି ରଖିଛି ।