ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଝାରସୁଗୁଡ଼ା ଜିଲ୍ଲା ପଞ୍ଚାୟତ ଅଫିସର ମୁଖ୍ୟ କିରାଣି ବେଣୁଧର ଛଞ୍ଚାଣଙ୍କ ଘରେ ଚଢ଼ଉ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ପକ୍ଷରୁ ୪ଟି ସ୍ଥାନରେ ଚଢ଼ଉ କରାଯାଇଛି। ଝାରସୁଗୁଡ଼ାସ୍ଥିତ ବଢ଼େଇମୁଣ୍ଡା ଶାନ୍ତି ନଗର ବାସ ଭବନରେ ଭିଜିଲାନ୍ସର ୪ଜଣିଆ ଟିମ୍ ଚଢ଼ଉ କରିଛି।
