ଖଡ଼ିଆଳ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ନୂଆପଡା,ଏନ୍ଏନ୍ଏସ୍: ନୂଆପଡା ଜିଲ୍ଲା ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଢ଼ାନନ୍ଦ ସୁନାନୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଏକା ସାଙ୍ଗରେ ଖଡ଼ିଆଳ ସ୍ଥିତ ସରକାରୀ ବାସଭବନ, ପୈତୃକ ଗ୍ରାମ ନିଲଜି ଏବଂ ମାମୁଁ ଘର ନେହେନାଠାରେ ଚଢ଼ଉ କରାଯାଇଛି। ମାଲକାନଗିରି ଡ଼ିଏସପି ଏସକେ ବିଶ୍ୱାଳଙ୍କ ନେତୃତ୍ୱରେ ନବରଙ୍ଗପୁର ଭିଜିଲାନ୍ସ ଅଧିକାରୀ କଳାବତୀ ବାଗ, ଭୀମସେନ ପୂଝାରୀ ସହ ଅନେକ କର୍ମଚାରୀ ଚଢ଼ଉରେ ସାମିଲ ଅଛନ୍ତି।