ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌରଯନ୍ତ୍ରୀ ସମୀର ଠାକୁର

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦର ଉପନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ମହାବୀର ପଡ଼ାରେ ଥିବା ତାଙ୍କ ବାସଭବନ ଓ ପୌର କାର୍ଯ୍ୟାଳୟ ସମେତ ସମୀର ଠାକୁର ଇରିଗେସନ କଲୋନୀରେ ଥିବା ଶ୍ୱଶୁର ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଛି । ଏଥିରେ ଭିଜିଲାନ୍ସ ବିଭାଗର ୪ଟି ସ୍ୱତନ୍ତ୍ର ଟିମ ସାମିଲ ହୋଇଛି । ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଊର୍‌ଦ୍ଧ୍ୱ ସମୟ ଧରି ଭବାନୀପାଟଣା ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବାବେଳେ ଆଜି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡ଼ିଛନ୍ତି । ଚଢ଼ଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଏହି ଚଢ଼ଉରେ ୫ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି ।