ସୋର,ଏନ୍ଏନ୍ଏସ୍: ସୋର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀ ବାସୁଦେବ ପ୍ରସାଦ ସାହୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଲ୍ ପାସ୍ କରାଇଦେବାକୁ ଜଣେ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଡିଏସପି ଏସକେ ସାମନ୍ତରାୟଙ୍କ ନେତୃତ୍ବରେ ଏକ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲେ। ବାସୁଦେବ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।
ସୂଚନା ଅନୁସାରେ, ଏକ ରାସ୍ତା କାମ ବିଲ୍ ପାସ୍ କରାଇଦେବାକୁ ସନ୍ତୋଷ ନାୟକ ନାମକ ଜଣେ ଠିକାଦାରଙ୍କୁ ବାସୁଦେବ ଲାଞ୍ଚ ମାଗିଥିଲେ। ଏହାପରେ ସନ୍ତୋଷ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଯନ୍ତ୍ରୀ ବାସୁଦେବ ସନ୍ତୋଷଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଚଢ଼ଉ କରି ଗିରଫ କରିଛି। ଏ ନେଇ ପୁଲିସ ସେମାନଙ୍କ ନାମରେ ଥାନାରେ କେସ୍-୬ରେ ଲାଞ୍ଚ ନେବା ଅଭିଯୋଗରେ ଧାରା-୭ରେ ମାମଲା ରୁଜୁ କରିଛି।