ନୂଆଦିଲ୍ଲୀ: ଦେଶର ଆଗାମୀ ଉପରାଷ୍ଟ୍ରପତି ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଆବଶ୍ୟକ ପଡ଼ିଲେ ଅଗଷ୍ଟ ୬ରେ ମତଦାନ ହୋଇପାରେ । ଆଉ ସେହି ଦିନ ହିଁ ମତଗଣନା ହେବ ବୋଲି ସୂଚନା ମିଳିଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହେବ । ଜୁଲାଇ ୧୯ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇ ପାରିବ ।
ସୂଚନାଯୋଗ୍ୟ, ଦେଶର ବର୍ତ୍ତମାନ ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ । ଏହାପୂର୍ବରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।