ମମିତା ମେହେର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ମିଳିଲା ଜାମିନ

କଟକ,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜାମିନ ମିଳିଛି । ଗୋବିନ୍ଦଙ୍କୁ ୨ ସପ୍ତାହ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ହାଇକୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗୋବିନ୍ଦ ସାହୁ ସ୍ତ୍ରୀ ଓ ପିଲାର ଚିକିତ୍ସା ପାଇଁ ୨ ସପ୍ତାହର ଅନ୍ତରୀଣ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନର ଶୁଣାଣି କରି ଜାମିନ ପ୍ରଦାନ କରିଛନ୍ତି ।