ନାମାଙ୍କନ ପତ୍ର ଦାଖଲ କଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକର

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନକର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ବିଜେପି ନେତା ଉପସ୍ଥିତ ଥିଲେ ।

ନାମାଙ୍କନ ପ୍ରକ୍ରିୟା ପରେ ନିଜ ଖୁସି ବ୍ୟକ୍ତ କରି ଜଗଦୀପ ଧନକର କହିଛନ୍ତି ଯେ, ମୁଁ ସ୍ୱପ୍ନରେ ବି କେବେ ଭାବି ନଥିଲି ଯେ ଉପରାଷ୍ଟ୍ରପତି ପଦରେ ପହଞ୍ଚିବି । ମୁଁ ଏକ କୃଷକ ପରିବାରରେ ଜନ୍ମ ହୋଇଛି । ଆଜି ଜଣେ କୃଷକର ପୁଅ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ଭାରତ ଲୋକତନ୍ତ୍ରର ସୁନ୍ଦରତା ।