ନୂଆଦିଲ୍ଲୀ: ଦେଶରେ ମଙ୍କିପୋକ୍ସର ୨ଟି ମାମଲା ସାମ୍ନାକୁ ଆସିଛି । ପ୍ରଥମ ପରି ଦ୍ୱିତୀୟ ମାମଲା ମଧ୍ୟ କେରଳରୁ ଆସିଥିବା ଜଣାପଡ଼ିଛି । କନ୍ନୁରରେ ୩୧ ବର୍ଷୀୟ ବ୍ୟକ୍ତିଙ୍କଠାରେ ମଙ୍କିପୋକ୍ସ ଚିହ୍ନଟ ହୋଇଥିବା ନେଇ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସୂଚନା ପ୍ରଦାନ କରିଛନ୍ତି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ ପରିୟାରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଉପରେ ମଧ୍ୟ ଦୃଷ୍ଟି ରଖାଯାଇଥିବା ଜଣାପଡ଼ିଛି ।
ସ୍ୱାସ୍ଥ୍ୟ ବିଭାଗ ମୁତାବକ, ମଙ୍କିପୋକ୍ସ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଦୁବାଇ ଯାତ୍ରା କରିଥିଲେ । ଦେଶରେ ଗତ ଗୁରୁବାର ମଙ୍କିପୋକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ପରେ କେରଳକୁ କେନ୍ଦ୍ରୀୟ ଟିମ୍ ପଠାଯାଇଥିଲା । ଜୁଲାଇ ୧୨ରୁ ପ୍ରଥମ ଆକ୍ରାନ୍ତ ସଂଯୁକ୍ତ ଆରବ ଅମୀରାତ(ୟୁଏଇ)ରୁ ଫେରିଥିଲେ ।