ଥିରୁଅନନ୍ତପୁରମ୍,ଏଜେନ୍ସି: ଭେଟେରାନ ମାଲାୟାଲମ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ। ଗତ ମଙ୍ଗଳବାର କୋଚିର ଏକ ଘରୋଇ ଡାକ୍ତଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଲଲିତା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ପାଞ୍ଚ ଦଶନ୍ଧି ଧରି ସେ ନିଜ ଯାଦୁଗରି ଅଭିନୟରେ ସଭିଙ୍କ ମନ ଜିଣିପାରିଥିଲେ। କେରଳ ଚଳଚ୍ଚିତ୍ର ଦୁନିଆରେ ସହ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ଲଲିତା। ତାଙ୍କ ମୃତ୍ୟୁକୁ ନେଇ କେରଳରେ ଶୋକର ଛାୟା ଖେଳି ଯାଇଛି। ୧୯୯୯ରେ ରିଲିଜ ହୋଇଥିବା ‘ଅମରାମ’ ଓ ୨୦୦୦ ମସିହାର ‘ଶାନ୍ତମ୍ ‘ ଚଳଚିତ୍ର ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ।
ପାଞ୍ଚ ଦଶନ୍ଧି କ୍ୟାରିୟର ମଧ୍ୟରେ ସେ ୫୫୦ରୁ ଅଧିକ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକତ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ଲଲିତା କେରଳ ସଙ୍ଗୀତ ନତାକା ଏକାଡେମୀରେ ଚେୟାରମ୍ୟାନର ଦାୟିତ୍ବ ଭାର ତୁଲାଇଛନ୍ତି। ସେ ଆଲାପୁଝାର କାୟାମକୁଲମରେ ସେ ଜନ୍ମଗ୍ରହଣ କରିଥିଲେ।