ଭୁବନେଶ୍ୱର,ଏନ୍ଏନ୍ଏସ୍: ନକଲି ଡାକ୍ତର ରମେଶଙ୍କ ଭଉଣୀ ରଶ୍ମିତା ଗିରଫ । ଠକେଇ ନେଇ ପ୍ରମାଣ ମିଳିବା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀଙ୍କ ଭୂମିକା ରହିଛି । ରମେଶଙ୍କ ଭିଣୋଇଙ୍କ ନାଁରେ ଅଭିଯୋଗ ରହିଥିଲେ ମଧ୍ୟ ସେ ଫେରାର ଅଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ରମେଶଙ୍କ ଭଉଣୀଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯିବ । ଅନ୍ୟପଟେ ରମେଶଙ୍କ ରିମାଣ୍ଡ ଆଜି ସରୁଥିବାରୁ ଆଉ ୭ ଦିନ ପାଇଁ ଆବେଦନ ହେବ ବୋଲି ଡିସିପି କହିଛନ୍ତି ।