ବେଦାନ୍ତ ପକ୍ଷରୁ ୫୦ତମ ଜାତୀୟ ସୁରକ୍ଷା ମାସ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ପକ୍ଷରୁ ମାସବ୍ୟାପି ୫୦ତମ ଜାତୀୟ ସୁରକ୍ଷା ମହୋତ୍ସବ ପାଳନ କରାଯାଇଥିବାବେଳେ ଓଡ଼ିଶା ସରକାରଙ୍କ କାରଖାନା ଏବଂ ବଏଲର ନିର୍ଦ୍ଦେଶକ ସ୍ୱରୂପ ଜେନାଙ୍କ ଉପସ୍ଥିତିରେ ଉଦଯାପିତ ହୋଇଯାଇଛି। ମାର୍ଚ୍ଚ ୪ ତାରିଖରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଚେତନତା ଅଭିଯାନ, ପ୍ରତିଯୋଗିତା, କୁଇଜ୍, ଇଣ୍ଟରାକ୍ଟିଭ୍ ଅଧିବେଶନ ଏବଂ କର୍ମଚାରୀ ତଥା ବ୍ୟବସାୟିକ ଭାଗିଦାରୀଙ୍କ ପାଇଁ ସୁରକ୍ଷା ସ୍ଲୋଗାନ ଲେଖିବା, ସୁରକ୍ଷା ରାଲି ପରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିପର୍ଯ୍ୟୟରୁ ଶିକ୍ଷା ଏବଂ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରସ୍ତୁତି ଜାତୀୟ ସୁରକ୍ଷା ଦିବସର ବିଷୟ ବସ୍ତୁ ରହିଥିଲା।

ଜାତୀୟ ସୁରକ୍ଷା ମହୋତ୍ସବ ପାଳନ ଅବସରରେ ବେଦାନ୍ତ ସିଇଓ ସିଏନ୍ ସିଂ କହିଛନ୍ତି ଯେ, ଆମର ବ୍ୟବସାୟିକ ଆବଶ୍ୟକତା ‘ଜିରୋ ହର୍ମ, ଜିରୋ ୱେଷ୍ଟ ଏବଂ ଜିରୋ ଡିସଚାର୍ଜ’ ପରିସରରେ ପ୍ରତିଷ୍ଠିତ। ଏଠାରେ ଶ୍ରେଷ୍ଠ ଶ୍ରେଣୀର ସୁରକ୍ଷା କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତରୀୟ କାର୍ଯ୍ୟଶୈଳୀର ଅବଲମ୍ବନ କରାଯାଉଛି। ସେହିପରି ବେଦାନ୍ତର ସୁରକ୍ଷା ନିୟମ ଏବଂ ସଂସ୍କୃତିକୁ ଓଡ଼ିଶା ସରକାରଙ୍କ କାରଖାନା ଏବଂ ବଏଲର ନିର୍ଦ୍ଦେଶକ ସ୍ୱରୂପ ଜେନା ବହୁ ପ୍ରଶଂସା କରିଥିଲେ। ବେଦାନ୍ତ ତା’ର ପ୍ରତ୍ୟେକ କର୍ମଚାରୀଙ୍କୁ ସୁରକ୍ଷିତ କାର୍ଯକ୍ଷେତ୍ର ପ୍ରଦାନ କରିବା ସହ ସାମାଜିକ ଓ ପାରିପାର୍ଶ୍ୱିକ ଉନ୍ନତି, ଉନ୍ନତମାନର ଉତ୍ପାଦନ ପରି ଅନେକ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛି।