ବେଦାନ୍ତ ଝାରସୁଗୁଡ଼ାକୁ ବ୍ରିକ୍ସ ଇଣ୍ଡିଆ ସଲ୍ୟୁସନ୍ ଏସଡିଜି ଆୱାର୍ଡ-୨୦୨୧ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବେଦାନ୍ତ ସମ୍ମାନଜନକ ବ୍ରିକ୍ସ ଇଣ୍ଡିଆ ସଲ୍ୟୁସନ ଫର ସସଷ୍ଟେନବୁଲ୍ ଡେଭଲପମେଣ୍ଟ ଗୋଲସ(ଏସଡିଜି) ଆୱାର୍ଡ-୨୦୨୧ରେ ‘ରନର୍ସ ଅପ’ ହୋଇଛି। କମ୍ପାନୀ ଏସଡିଜି-୫: ଲିଙ୍ଗଗତ ସମାନତା ବର୍ଗରେ ଏହାର ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶୁଭଲକ୍ଷ୍ମୀ ସମବାୟ ପାଇଁ ହାସଲ କରିଛି। ଓଡ଼ିଶାର ଝାରସୁଗୁଡ଼ାରେ କାର୍ଯ୍ୟ କରୁଥିବା ଶୁଭଲକ୍ଷ୍ମୀ ସମବାୟରେ ୪୧୦୦ରୁ ଅଧିକ ମହିଳା ସଦସ୍ୟା ରହିଛନ୍ତି । ଏହି ଅନ୍ତର୍ଜାତୀୟ ସଫଳତା ଦ୍ୱାରା ବ୍ରାଜିଲ, ଋଷିଆ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା ଆଦି ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବେଦାନ୍ତ ପରିଚୟ ହାସଲ କରିବା ସହିତ ଜାତିସଂଘ ଏସଡିଜିରେ ଏକ ବିଶ୍ୱସ୍ତରୀୟ ମାନ୍ୟତା ଲାଭ କରିପାରିଛି। ନିକଟ ଗ୍ରାମଗୁଡ଼ିକରେ ଝାରସୁଗୁଡ଼ାର ଆଲୁମିନିୟମ ସ୍ମେଲଟର ଅଞ୍ଚଳର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ଜୀବିକା ନିର୍ବାହର ଚାହିଦାକୁ ଦୃଷ୍ଟିରେ ରଖି ବେଦାନ୍ତ ପକ୍ଷରୁ ଏହି ପ୍ରକଳ୍ପ ୨୦୦୮ରେ ଆରମ୍ଭ କରାଯାଇଥିଲା। କେବଳ ୧୦ଜଣ ମହିଳାଙ୍କୁ ନେଇ ଏହା କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରତି ସଦସ୍ୟା ୧ହଜାର ଟଙ୍କାର ପ୍ରାରମ୍ଭିକ ଅବଦାନ ଦ୍ୱାରା ଆରମ୍ଭ ହୋଇଥିବା ଶୁଭଲକ୍ଷ୍ମୀ କୋ-ଅପ ଏକ ଦଶନ୍ଧି ମଧ୍ୟରେ ଭାରତର ବୃହତ୍ ଗ୍ରାମୀଣ ମହିଳା ସମବାୟ ସମିତି ଭାବେ ପରିଚୟ ହାସଲ କରି ଝାରସୁଗୁଡ଼ାର ୭୨ଟି ଗ୍ରାମରେ କାର୍ଯ୍ୟ ଆରମ୍ଭ କରିଥିଲା। ଶୁଭଲକ୍ଷ୍ମୀ ସମବାୟ ସମିତି ଦକ୍ଷତା ବିକାଶ ଏବଂ ଜୀବିକା ପ୍ରୋତ୍ସାହନ, ଆର୍ଥିକ ସେବା(ସଂଚୟ ଏବଂ ଋଣ ସୁବିଧା), ସାମାଜିକ ବିକାଶ, ତଥା ସହଯୋଗ ଏବଂ ସହଭାଗିତା ଆଦି କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିଥାଏ।

ଏହି ଅବସରରେ ବେଦାନ୍ତ ଲିମିଟେଡର ସିଇଓ ରାହୁଲ ଶର୍ମା କହଛନ୍ତି ଯେ, ସ୍ଥାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ବିକାଶର ନୀତିଗୁଡ଼ିକ କାର୍ଯ୍ୟ କ୍ଷେତ୍ର ତଥା ଏହାର ବାହାରେ ଆମର ମାର୍ଗଦର୍ଶନ କରିଛି। ଝାରସୁଗୁଡ଼ାର ମହିଳାଙ୍କ ପ୍ରଗତିରେ ଭାଗିଦାର ହେବା ଆମ ପାଇଁ ସବୁଠାରୁ ଗୌରବର ବିଷୟ। ସେମାନେ ନିଜକୁ ଟ୍ରେଲବ୍ଲେଜର ଭାବରେ ପ୍ରତିଷ୍ଠିତ କରିବାକୁ ବିଭିନ୍ନ ଚ୍ୟାଲେଞ୍ଜକୁ ଅତିକ୍ରମ କରି ଶେଷରେ ସଫଳ ହୋଇପାରିଛନ୍ତି। ସମ୍ମାନଜନକ ବ୍ରିକ୍ସ ପୁରସ୍କାର ଆମେ ଶୁଭଲକ୍ଷ୍ମୀ ସମବାୟ ସମିତିର ସମସ୍ତ ସଦସ୍ୟାଙ୍କୁ ପ୍ରଦାନ କରୁଛୁ । ସମାଜରେ ନିଜ ପାଇଁ ଏକ ନାମ ସୃଷ୍ଟି କରିବାକୁ ସେମାନଙ୍କର ସଙ୍କଳ୍ପକୁ ଆମେ ଏହା ଉତ୍ସର୍ଗ କରୁଛୁ । ଆମେ ସେମାନଙ୍କ ବୃହତ ରୂପାନ୍ତରକୁ ଏକ ଆନ୍ଦୋଳନରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରଖିବୁ । ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ ପାଇଁ ସଶକ୍ତିକରଣର ଏକ ଆଲୋକ ଭାବେ ପଥ ପ୍ରଦର୍ଶନ କରିବାକୁ ସକ୍ଷମ ହେବ। ଏଥିରେ ଶୁଭଲକ୍ଷ୍ମୀ ସମବାୟ ସମିତିର ପୂର୍ବତନ ସଭାପତି ଶ୍ରୀମତି ପୁଷ୍ପାଞ୍ଜଳି ସେଠ୍ ଖୁସି ବ୍ୟକ୍ତ କରିଛନ୍ତି।