ବିବାହ ବନ୍ଧନରେ ବାନ୍ଧି ହେଲେ ବରୁନ-ନତାଶା

ମୁମ୍ବାଇ,ଏଜେନ୍ସି: ବଲିଉଡ ହିରୋ ବରୁନ ଧୱନ ଓ ଫ୍ୟାସନ ଡିଜାଇନର ନତାଶା ଦଲାଲ ବହୁଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଗତକାଲି ବିଦ୍ଧିବଧ ଭାବେ ବିବାହ କରିଛନ୍ତି। ଅଲ୍ଲୀବାଗର ମ୍ୟାନସନ ହାଉସରେ ତାଙ୍କ ବିବାହ ସମ୍ପନ୍ନ ହୋଇଛି।

https://www.instagram.com/p/CKb3xUcH4nv/?utm_source=ig_embed

ଏନେଇ ବରୁନ ଟୁଇଟର ହ୍ୟାଣ୍ଡେଲରେ ତାଙ୍କ ବିବାହ ଫଟୋ ସହିତ କ୍ୟାପସନରେ ଜୀବନ ସାରାର ପ୍ରେମ ବର୍ତ୍ତମାନ ଅଫିସିଆଲ ହେଲା ବୋଲି ଲେଖି ପୋଷ୍ଟ କରିଛନ୍ତି।

https://www.instagram.com/p/CKb5oSYHq3h/?utm_source=ig_embed

 

ତେବେ ଉଭୟ ବିବାହ କରିଥିବା ବେଳେ ସେମାନେ ମିଡ଼ିଆ ସାମ୍ନାକୁ ଆସିବାକୁ ଚାହିଁନାହାନ୍ତି। ଏନେଇ ତାଙ୍କ ବିବାହକୁ ମିଡ଼ିଆ କଭରେଜ ପାଇଁ ଅନୁମତି ନଥିଲା। ଏହି ବିବାହ ପାଇଁ ଜାନୁଆରୀ ୨୨ରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏଥିରେ ଉଭୟଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି ବିବାହ ଉତ୍ସବରେ ମୋବାଇଲ ଫୋନ ଓ ଫଟୋଗ୍ରାଫିକୁ ମଧ୍ୟ ମନା କରାଯାଇଥିଲା। ଏଥିସହିତ ଜାନୁଆରୀ ୨୬ରେ ସେହି ମ୍ୟାନସନ ହାଉସରେ ହିଁ ତାଙ୍କର ରିସେପସନ୍ ହେବ ବୋଲି ଜଣାପଡ଼ିଛି।