ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଓଡ଼ିଶା କୃଷକ ସଭା, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଜଙ୍ଗଲ ଅଧିକାର କମିଟି ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ମଧ୍ୟରେ ଆଦିବାସୀ ଏବଂ ପାରମ୍ପରିକ ବନବାସୀଙ୍କ ଦଖଲ ଜଙ୍ଗଲ ଜମି ପଟ୍ଟା ଯୋଗାଇଦେବା, ଭରତମାଳା ରାସ୍ତା ନିର୍ମାଣରେ ଜମି ହରାଇଥିବା ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ, ତେଲ ନଦୀ ଉପରେ ଡ୍ୟାମ ନିର୍ମାଣ ବନ୍ଦ କରିବା ଓ ପେସା ଆଇନକୁ ଉଲ୍ଲଂଘନ କରି ଗ୍ରାମସଭାର ଅନୁମତି ବିନା ବେଆଇନ୍ ଉଛେଦ କିମ୍ୱା ବିସ୍ଥାପନ ବିରୋଧରେ ୧୦ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସହରର ଚାଉରିଆଗୁଡ଼ାଠାରୁ ଏକ ବିରାଟ ଶୋଭାଯତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଦାବୀପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ସାଧାରଣ ସମ୍ପାଦକ ରାଜେଶ ଜାନୀଙ୍କ ସମେତ ଓଡ଼ିଶା କୃଷକ ସଭା ଓ ଜିଲ୍ଲା ମଧ୍ୟରୁ ବିଭିନ୍ନ ସଂଗଠନ ତଥା ସାମାଜିକ ସଂଗଠନର ଜିଲ୍ଲାସ୍ତରୀୟ ନେତୃ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।