ନୂଆଦିଲ୍ଲୀ: ୧୨ରୁ ୧୪ ବର୍ଷ ପିଲାଙ୍କୁ ବାୟୋଲୋଜିକ-ଇ ଦ୍ୱାରା ପ୍ରସ୍ତୁତ ‘କୋର୍ବେଭେକ୍ସ’ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରୁ ସେମାନଙ୍କ ଟିକାକରଣ ଆରମ୍ଭ ହେବ । ଏଥିସହିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ପ୍ରିକସନ ଡୋଜ୍ ଦିଆଯିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଏହାପୂର୍ବରୁ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ଦେଶରେ ୩ କୋଟିରୁ ଅଧିକ କିଶୋର କରୋନ ଟିକା ଲଗାଇଥିବା ନେଇ ଚଳିତ ମାସ ପ୍ରାରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।