ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାରଙ୍କର ନୂଆ ଯୋଜନା। ଏହାକୁ ସଫଳ କରିବା ପାଇଁ ସରକାର ଏବେ ଡ୍ରୋନର ବ୍ୟବହାର କରିବେ। ଡ୍ରୋନ ଜରିଆରେ ତୁରନ୍ତ ଟିକା ପହଞ୍ଚାଇବାକୁ ଚେଷ୍ଟା କରାଯିବ। ଫଳରେ ଦୁର୍ଗମ ଅଞ୍ଚଳରେ ଟିକା ସହଜରେ ପହଞ୍ଚି ପାରିବ। ତେବେ ଆଇଆଇଟି କାନପୁର ଏନେଇ ଉଦ୍ୟମ କରୁଛି।
ଏଚ୍ଏଲ୍ଏଲ୍ ଲାଇଫ କେୟାରର ସହାୟକ କମ୍ପାନୀ ଏଚ୍ଏଲ୍ଏଲ୍ଏଲ୍ ଇନଫ୍ରା ଟେକ୍ ସର୍ଭିସେସ୍ ଲିମିଟେଡ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ତରଫରୁ ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଛି। ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିବା ଡ୍ରୋନ୍ ଏହି ଟିକା ପରିବହନ କାର୍ଯ୍ୟରେ ନିୟୋଜିତ ହେବ। ଏହାସହ ୧୦୦ ମିଟର ଉଚ୍ଚତାରେ ଏହି ଡ୍ରୋନ ଉଡ଼ିବାର କ୍ଷମତା ମଧ୍ୟ ରଖୁଛି।
ଆଇଆଇଟି କାନପୁରର ସହଯୋଗରେ ଆଇସିଏମ୍ଆର ଏନେଇ ଏକ ରିସର୍ଚ୍ଚ କରିଛି। ଜୁନ ୨୨ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି। ତେବେ ବର୍ତ୍ତମାନ ତେଲେଙ୍ଗାନାରେ କେବଳ ଡ୍ରୋନ୍ ସାହାଯ୍ୟରେ ଟିକା ପରିବହନ କରାଯାଉଛି।