ନୂଆଦିଲ୍ଲୀ,ଏଜେନ୍ସି: ଡିଫେନ୍ସ ଏକ୍ସଲେନ୍ସି ପାଇଁ ୪୯୮.୮ କୋଟି ଟଙ୍କା ବଜେଟ ସହୟତା ଅନୁମୋଦନ କରଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ଏହି ବଜେଟ ସହାୟତା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତକୁ ଏକ ଉତ୍ସାହ ପ୍ରଦାନ କରିବ। ଆଗାମୀ ପାଞ୍ଚ ବର୍ଷ ପାଇଁ ଏହା ଆର୍ଥିକ ସହାୟତା ପ୍ରଦାନ କରିବ।
ଦେଶର ପ୍ରତିରକ୍ଷା ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଡିଫେନ୍ସ ଇନୋଭେସନ ଅରଗାନାଇଜେସନ (DIO) ଆତ୍ମନିର୍ଭରଶୀଳତା ଓ ସ୍ବଦେଶୀକରଣର ମୂଳ ଉଦ୍ଦେଶ୍ୟ ବୋଲି ପ୍ରେସ ଦ୍ବାରା ଜାରି ହୋଇଥିବା ବିବୃତ୍ତିରୁ ଜଣାପଡିଛି। ଇନୋଭେସନ ଫର ଡିଫେନ୍ସ ଏକ୍ସଲେନ୍ସ(iDEX)ର ସୃଷ୍ଟି ଦ୍ବାରା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଏକ ଇକୋସିଷ୍ଟମ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏମଏସଏମଇ, ଷ୍ଟାର୍ଟ ଅପ, ବ୍ୟକ୍ତିଗତ ଉଦ୍ଭାବକ ସହିତ ଶିଳ୍ପକୁ ଜଡିତ କରି ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ ଏବଂ ଏକାଡେମୀ ସେମାନଙ୍କୁ ଅନୁଦାନ/ପାଣ୍ଠି ଅନ୍ୟାନ୍ୟ ସହାୟତା ପ୍ରଦାନ କରିବ, ଯାହା ଭାରତୀୟ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ ଆବଶ୍ୟକତା ପାଇଁ ଭବିଷ୍ୟତରେ ସାହାଯ୍ୟ କରିବ।
ଏହି ଯୋଜନା ପାଖାପଖି ୩୦୦ ଷ୍ଟାର୍ଟଅପ, ଏମ୍ଏସ୍ଏମ୍ଇ, ବ୍ୟକ୍ତିଗତ ଉଦ୍ଭାବକ ଏବଂ ଡିଆଇଓ ଢାଞ୍ଚାରେ ୨୦ ସହଭାଗୀଙ୍କୁ ଆର୍ଥିକ ସହୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଏହା ଭାରତୀୟ ପ୍ରତିରକ୍ଷା ଏବଂ ଏରୋସ୍ପେସ୍ କ୍ଷେତ୍ର ପାଇଁ ନୂତନ, ସ୍ବଦେଶୀ ତଥା ଅଭିନବ ପ୍ରଯୁକ୍ତିର ଦ୍ରୁତ ବିକାଶକୁ ସହଜ କରିବାକୁ ଲକ୍ଷ୍ୟ ରଖିଛି।