ଉଟୁଣିଆ ଗ୍ରାମ ହେଲା ନିଷିଦ୍ଧଞ୍ଚଳ

ଦେବଗଡ଼,ଏନ୍ଏନ୍ଏସ୍: ଗତ କିଛିଦିନ ହେଲା ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସଂକ୍ରମିତ ଗ୍ରାମ ଗୁଡିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ଜନ ସାଧାରଣଙ୍କୁ ଗ୍ରାମରୁ ନବାହାରିବା ପାଇଁ କୁହାଯାଇଛି। ଏହି କ୍ରମରେ ଆଜି ଉଟୁଣିଆ ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଖଇରପାଲି ଫାଣ୍ଡି ପୁଲିସ ସହାୟତାରେ ରିଆମାଳ ବ୍ଲକ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆ ଉଟୁଣିଆ ଗ୍ରାମରେ ଡାକବଜି ଯନ୍ତ୍ର ସାହାଯ୍ୟରେ ଗ୍ରାମରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪ ଦିନ ପାଇଁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ଗତ ୭ ତାରିଖ ଦିନ ଖଇରପାଲି ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ୮ତାରିଖ ଦିନ ତିମୂର ଓ ପଳସମା ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା।