ଡେରାଡୁନ,ଏଜେନ୍ସି: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି। ଧନୀ, ଗରିବର ଭେଦଭାବ ବିନା ସମସ୍ତଙ୍କୁ ଆକ୍ରମଣ କରୁଛି କରୋନା ଭାଇରସ୍। କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ସାାଜିକ ଦୂରତା ଏବଂ ମୁହଁରେ ମାସ୍କ ପିନ୍ଧିବା ଏକ ପ୍ରକାର ବାଧ୍ୟାତାମୂଳକ। ଯଦି ନିଜର କେହି ନିକଟ ସମ୍ପର୍କୀୟ ପଜିଟିଭ୍ ବାହାରନ୍ତି ତେବେ କ୍ୱାରେଣ୍ଟାଇନ୍ ରହିବାକୁ ବାଧ୍ୟ। ଯାହା ଏବେ ଉତ୍ତରାଖଣ୍ଡ ପର୍ଯ୍ୟଟନ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖବାକୁ ମିଳିଛି।
ଉତ୍ତରାଖଣ୍ଡର ପର୍ଯ୍ୟଟନ ମନ୍ତ୍ରୀଙ୍କ ପତ୍ନୀ କୋଭିଡ-୧୯ ପଜିଟିଭ୍ ଜଣାପଡ଼ିବା ପରେ ଶନିବାର ସନ୍ଧ୍ୟାରେ ମନ୍ତ୍ରୀଙ୍କ ଓଏସଡି ଅଭିଷେକ ଶର୍ମା ଏହି ଖବରକୁ ନିଶ୍ଚିତ କରିବା ସହ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ କହିଛନ୍ତି। ପତ୍ନୀ କରୋନା ପଜିଟିଭ୍ ଜଣାପଡ଼ିବା ପରେ ମନ୍ତ୍ରୀଙ୍କ ସମେତ ପରିବାରର ଅନ୍ୟ ସମସ୍ତଙ୍କୁ ସହରରେ ଥିବା ବାସଭବନରେ ସଙ୍ଗରୋଧରେ ରଖାଯାଇଛି।