ଅକ୍ସିଜେନ କିଣିବା ଲାଗି ୫୦ ଲକ୍ଷ ଟଙ୍କା ପ୍ରଦାନ କଲେ ଉତ୍ତରାଖଣ୍ଡ ସାଂସଦ

ଉତ୍ତରାଖଣ୍ଡ: ଦେଶର ଅନ୍ୟ ରାଜ୍ୟ ପରି ଉତ୍ତରାଖଣ୍ଡରେ ମଧ୍ୟ ଦ୍ରୁତ ଗତିରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ହେଲେ ରାଜ୍ୟରେ ଅନେକ ଚିକିତ୍ସା ଉପକରଣ, ଔଷଧ ଓ ଅକ୍ସିଜେନର ଅଭାବ ସରକାରଙ୍କୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ଉତ୍ତରାଖଣ୍ଡ ରାଜ୍ୟସଭା ସାଂସଦ ଅନିଲ ବଲୁନୀ ଅକ୍ସିଜେନ କିଣିବା ପାଇଁ ୫୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ନୋଡାଲ ଅଧିକାରୀ ଓ ପୌଡ଼ୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏସମ୍ବନ୍ଧରେ ଯଥାଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି। କେବଳ ଏତିକି ନୁହେଁ, ବଲୁନୀ କେନ୍ଦ୍ରଠୁ ଯଥାସମ୍ଭବ ସାହାଯ୍ୟ ପ୍ରଦାନ କରିବା ସହ ବ୍ୟକ୍ତିଗତ ସମ୍ବଳ ମାଧ୍ୟମରେ ରାଜ୍ୟର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।