ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କୋଭିଡ୍ ଆକ୍ରାନ୍ତ

ଡେରାଡୁନ୍‌,ଏଜେନ୍ସି: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ସେ ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତାଙ୍କଠାରେ କୌଣସି ଲକ୍ଷଣ ନଥିଲେ ସୁଦ୍ଧା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ହୋମ୍ ଆଇସୋଲେସନ୍‌ରେ ଅଛନ୍ତି। ତେବେ ଗତ ଦିନମାନଙ୍କରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ କୋଭିଡ୍ ଯାଞ୍ଚ କରାଇନେବାକୁ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ଜୁନ୍‌ରେ ରାୱତଙ୍କ ମନ୍ତ୍ରିମଣ୍ଡଳର ସତପାଲ ମହାରାଜ କୋଭିଡ୍ ଆକ୍ରାନ୍ତ ହେବାପରେ ଏବଂ ସେପ୍ଟେମ୍ବରରେ ତାଙ୍କ ଅଫିସ୍‌ର ତିନିଜଣ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହେବାପରେ ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ।