ଆଜିଠୁ ଚାରିଧାମ ଯାତ୍ରା, ପ୍ରଥମେ ଖୋଲିବ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଦ୍ବାର

ଡେରାଡୁନ,ଏଜେନ୍ସି: ଅକ୍ଷୟ ତୃତୀୟା ଅବସରରେ ଆଜିଠାରୁ ଦେବଭୂମି ଉତ୍ତରାଖଣ୍ଡରେ ଆରମ୍ଭ ହେଲା ବିଶ୍ବ ପ୍ରସିଦ୍ଧ ଚାରିଧାମ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମର ମନ୍ଦିର କବାଟ । ଉତ୍ତରାକାଶୀରେ ଥିବା ଗଙ୍ଗୋତ୍ରୀ ଓ ଯମୁନେତ୍ରୀଙ୍କ କବାଟ ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ତୁଷାରପାତ । ବରଫରେ ଆଚ୍ଛାଦିତ ହୋଇଛି ମାଆ ଯମୁନା ଓ ଗଙ୍ଗାଙ୍କ ମନ୍ଦିର । ସକାଳୁ ସକାଳୁ ଚାରିଧାମକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।