ଉତ୍ତରପ୍ରଦେଶରେ ୬ମାସ ପର୍ଯ୍ୟନ୍ତ ହେବନି ଧାରଣା

ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତରପ୍ରଦେଶରେ ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ ( ଏସମା) ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ଆଇନ ଅନୁଯାୟୀ ଆଗାମୀ ୬ମାସ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ। ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମଧ୍ୟ ସରକାର ସୂଚନା ଦେଇଛନ୍ତି। କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ମେ ମାସରେ ରାଜ୍ୟରେ ଏସମା ଲାଗୁ ହୋଇଥିଲା। ଗତଥର ଲାଗୁ ହୋଇଥିବା ଏସମା ଅବଧି ନଭେମ୍ବରରେ ଶେଷ ହେବାକୁ ଯାଉଥିବା ବେଳେ ସରକାର ପୁଣିଥରେ ରାଜ୍ୟରେ ଏସମା ଲାଗୁ କରିଛନ୍ତି।