ମଡେଲ ଡିଗ୍ରୀ କଲେଜରେ ଉତ୍କଳମଣିଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଟିରଲିଆମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମାନ ଓ ଜାତୀୟ ସେବା ଯୋଜନା ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡା. ଅରବିନ୍ଦ କୁମାର ଓଝା ଯୋଗଦେଇ ଉତ୍କଳମଣିଙ୍କ ଜୀବନ ସଂଗ୍ରାମ ଉପରେ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତାଭାବେ ଇଂରାଜୀ ଭାଷା ସାହିତ୍ୟର ବିଭାଗୀୟ ମୁଖ୍ୟ ହୃଷୀକେଶ ସୁବୁଦ୍ଧି ଯେ।।ଗଦେଇ ଉତ୍କଳମଣି ଗୋପବନ୍ଧୁ କିପରି ବନ୍ୟା ପ୍ରପୀଡ଼ିତଙ୍କ ନିମନ୍ତେ ଜୀବନ ଉତ୍ସର୍ଗୀକୃତ କରିଥିବା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ନିଜ ବକ୍ତବ୍ୟରେ ସ୍ୱେଚ୍ଛାସେବୀଙ୍କ ଆଦର୍ଶ ଭାବେ କାହିଁକି ଗୋପବନ୍ଧୁଙ୍କୁ ଆମେ ଗ୍ରହଣ କରିବା ତଥା ଓଡ଼ିଶାର ମୁକ୍ତି ସଂଗ୍ରାମରେ ତାଙ୍କ ଭୂମିକା ସମ୍ପର୍କରେ କହିଥିଲେ । ଅଧ୍ୟାପିକା ଜିଭିଭି ରଞ୍ଜିତା ନିଜ ବକ୍ତବ୍ୟରେ ଗୋପବନ୍ଧୁଙ୍କ କୃତି ସମ୍ପର୍କରେ ଆଲୋଚନା କରିଥିବାବେଳେ ଅଧ୍ୟାପିକା ସୁଲୋଚନା ନାୟକ ସତ୍ୟବାଦୀ ବନବିଦ୍ୟାଳୟରେ କିପରି ଗୋପବନ୍ଧୁ ମଙ୍ଗ ଧରିଥିଲେ, ସେସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡା. ନୀଳକଣ୍ଠ ତ୍ରିପାଠୀ, ଦୂଲାରୀ କିଶକୁ, ରଞ୍ଜୁଲତା କଅଁର, ମୋନାଲିସା ନାଗ, ପଲ୍ଲବୀ ସାହୁ, ବିକ୍ରମ ଭକ୍ତ, ସୁମନ୍ତ ବଘେଲ, ମହାବିଦ୍ୟାଳୟର ସ୍ୱେଛାସେବୀ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ଶ୍ରବଣ କୁମାର ପୁଝାରୀ ଧନ୍ୟବାଦ ଦେଇଥିଲେ ।