ଭାରତର ୨ଟି ସହରରେ ଆମେରିକା ଖୋଲିବ ବାଣିଜ୍ୟିକ ଦୂତବାସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଲୋକଙ୍କ ମଧ୍ୟରେ ପରସ୍ପର ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଭାରତର ୨ଟି ସହରରେ ଆମେରିକା ବାଣିଜ୍ୟିକ ଦୂତବାସ ଖୋଲିବ । ବାଙ୍ଗାଲୁରୁ ଓ ଅହମ୍ମଦାବାଦରେ ବାଣିଜ୍ୟିକ ଦୂତବାସ ଖୋଲିବାର ଲକ୍ଷ୍ୟ ଆମେରିକା ରଖିଛି । ସେହିପରି ଭାରତ ୨୦୨୩ରେ ଆମେରିକାର ସିଏଟେଲରେ ବାଣିଜ୍ୟିକ ଦୂତବାସ ଖୋଲିବାକୁ ନେଇ ଉତ୍ସାହିତ ଅଛି ।